୪ ଲକ୍ଷର ସହାୟତା ଦେଲେ ଭାରତୀୟ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର

0 647

ନୂଆଦିଲ୍ଲୀ : ଭାରତୀୟ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର କରୋନା ସହାୟତା ନିମନ୍ତେ ୪ ଲକ୍ଷର ସହାୟତା ରାଶି ପ୍ରଦାନ କରିବେ ବୋଲି ଟୁଇଟ୍ କରିଛନ୍ତି । ତାଙ୍କ ଅଫିସିଆଲ୍ ଟ୍ୱିଟର ଜରିଆରେ ଏହି ୪୯ ବର୍ଷୀୟ ଭାରତର ପୂର୍ବତନ ଖେଳାଳି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟ ବୋର୍ଡ଼ ସଭାପତିଙ୍କୁ ଜଣାଇଦେଇଛନ୍ତି । ଏହି ଚାରି ଲକ୍ଷ ଟଙ୍କାରୁ ସେ ୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିଲିଫ୍ ଫଣ୍ଡକୁ ଦେଉଥିବା ବେଳେ ଦେଢ଼ ଲକ୍ଷ ଟଙ୍କା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଏବଂ ୫୦ ହଜାରର ସହୟତା ରାଶି ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟ ବୋର୍ଡ଼କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

19 − 8 =