ରାସନ କାର୍ଡ ନଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ଯୁବ ସମାଜ

0 271

ବାଲିଗୁଡ଼ା: କରୋନା ପାଇଁ ସାରା ଦେଶରେ ହୋଇଛି ତାଲା ବନ୍ଦ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗରିବ ନିସଃହାୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର କିଛି ଯୁବକ । ରାସନ କାର୍ଡ ନଥିବା ଓ ବାହାର ଜିଲ୍ଲାରୁ ଆସି ବାଲିଗୁଡ଼ା ଏନ୍ଏସି ଅଞ୍ଚଳରେ କାମକରି ଦୁଃଖ କଷ୍ଟରେ ଚଳୁଥିବା ଲୋକଙ୍କୁ ଡାଲି, ଚାଉଳ,ଆଳୁ ଆଦି ସାମଗ୍ରୀ ଘରଘର ବୁଲି ବାଣ୍ଟିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର କିଛି ଯୁବକ । ଅସହାୟ ଙ୍କୁ ନିଜ ସକ୍ଷମ ମୁତାବକ କିଛି ଖାଇବା ସାମଗ୍ରୀ ଯୋଗାଇ ପାରୁନଥିବାରୁ ନିଜକୁ ଧନ୍ୟ ମନେକରୁଛୁ ବୋଲି ଯୁବକମାନେ କହିଥିବାବେଳେ ଭୋକିଲା ପେଟକୁ ଥାନା ପାଇ ଖୁସି ବ୍ୟକ୍ତ କରିବାସହ ଯୁବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ । ଯୁବକଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + 3 =