ଭିମସାରରୁ ୧୦୦ଟି ଏନ-୯୦ ମାସ୍କ ଉଭାନ

0 148

ସମ୍ବଲପୁର : ଅଞ୍ଚଳର ପ୍ରମୁଖ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଭିମସାର ରୁ କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ୧୦୦ଟି ଏନ-୯୦ ମାସ୍କ ଗତକାଲି ପ୍ରଥମେ ରହସ୍ୟ ଜନକ ଭାବରେ ଉଭାନ ହୋଇ ଯାଇଥିଲା ଓ ଏହାକୁ ନେଇ ତନାଘନା ଆରମ୍ଭ ହୋଇ ଯିବାରୁ ତାହା ପୁଣି ଠାବ ହୋଇଥିଲା । ଏହା ପଛରେ ସେଠାକାର କିଛି ବରିଷ୍ଠ ଅଧିକାରୀ ଙ୍କ ଭୂମିକା ସନ୍ଦେହ ର ଘେରରେ ରହିଛି । କାରଣ ଏତେ ମହତ୍ତ୍ୱପୂର୍ଣ୍ଣ ମାମଲା କୁ ପ୍ରଥମେ ଚପେଇ ଦେବାକୁ ଚେଷ୍ଟା କରା ଯାଇଥିଲା କିନ୍ତୁ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସହିତ ତନାଘନା ଆରମ୍ଭ ହୋଇ ଯିବାରୁ ଓ ପୁଲିସ ପାଖକୁ ଖବର ପହଞ୍ଚିଲା ପରେ ବୁର୍ଲା ଥାନାରେ ଏକ ଷ୍ଟେସନ ଡାଏରୀ ଦାଏର କରାଯାଇଛି । ବର୍ତ୍ତମାନ କିଛି ଲୋକେ ପ୍ରଶ୍ନ ଉଠାଉଛନ୍ତି କି ଏପରି ସମ୍ବେଦନଶୀଳ ମାମଲାରେ ଏଫଆଇଆର ଦାଏର କାହିଁକି କରା ଯାଇ ନାହିଁ? ଏହି ବିଷୟରେ ବିଧିବଦ୍ଧ ଯାଞ୍ଚ କରାଯିବା ପାଇଁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

20 + eighteen =