ଆଇନଭଙ୍ଗ: ୮ମାମଲାରେ ୨୦ଜଣ ଗିରଫ

0 116

ସମ୍ବଲପୁର : କରୋନା କଟକଣା ଆଇନ କୁ ସମ୍ପୂର୍ଣ୍ଣ କଡାକଡି ରୂପେ ପାଳନ କରାଇବା ପାଇଁ ପୁଲିସ କଟିବଦ୍ଧ ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ଏହି ନିୟମ ଭାଙ୍ଗିବା ଅଭିଯୋଗ ରେ ୮ଟି ମାମଲା ରୁଜୁ କରିବା ସହିତ ଏଥିରେ ସାମିଲ ୨୦ ଜଣଙ୍କୁ ଗିରଫ କରିଛି । ଏତେ କଟକଣା ସତ୍ତ୍ୱେ ଅକାରଣେ ବାହାରେ ବୁଲିବା ବନ୍ଦ ହେଉ ନାହିଁ ଓ କିଛି ଉଦ୍ଧତ୍ତ ଯୁବକ ପୁଲିସ ଫାଶରେ ପଡୁଛନ୍ତି । ଏପରିକି ଗୋଟିଏ ବାଇକରେ ତିନି ଜଣ ବସି ବୁଲୁଛନ୍ତି । ସ୍ଥାନୀୟ ଖେତରାଜପୁର ଥାନା ଅଞ୍ଚଳରେ ପୁଲିସ ଏପରି ଗୋଟିଏ ମାମଲା ଧରି ସେହି ତିନିଜଣ ଯୁବକ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ଯାନୁଷ୍ଠାନ କରିଛି । ସେହିପରି ଗତକାଲି ବିଭିନ୍ନ ସ୍ଥାନରେ ରୋଡବ୍ଳକ କରି ଆଇନ ଭଙ୍ଗକାରୀଙ୍କଙ୍କ ବିରୁଦ୍ଧରେ ଅଭିଯାନ ଚଳାଇ ୨୬ଟି ବାହନ ଅଟକ ରଖିବା ସହିତ ଦଶ ହଜାର ୫୦୦ଟଙ୍କା ଜୋରିମାନା କରିଛି ।

hiranchal ad1
Leave A Reply

Your email address will not be published.

10 − one =