ବିଜୁଲୀଖୁଣ୍ଟରେ ପିଟିହୋଇ ବାଇକ ଆରୋହୀ ମୃତ

0 136

ସମ୍ବଲପୁର : କରୋନା କଟକଣା ପାଇଁ ଅଧିକାଂଶ ସଡ଼କ ଖାଲି ରହୁଥିବାରୁ କିଛି ଯୁବକ ଦୃତଗତିରେ ବାଇକ ଚଲାଇ ଦୁର୍ଘଟଣାରେ ପଡୁଛନ୍ତି । ଏପରି ଏକ ଅଭାଵନୀୟ ଘଟଣାରେ ଜଣେ ବାଇକ ଚାଲକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ସଦର ପୁଲିସ ଥାନା ଅନ୍ତର୍ଗତ ଧନକୌଡା ପାଖରେ ଜାତୀୟ ରାଜମାର୍ଗ ୫୩ରେ ଏହି ଦୁର୍ଘଟଣା ଘଟିଛି । ଦୃତଗତିରେ ବାଇକ ଚଲାଉ ଥିବାରୁ ସେ ନିୟନ୍ତ୍ରଣ ହରାଇ ରାସ୍ତାକଡ ଗୋଟିଏ ବିଜୁଲୀ ଖୁଣ୍ଟରେ ପିଟି ହୋଇଥିଲା । ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇ ଏକ ପୁଲିସଦଳ ସେଠାରେ ପହଞ୍ଚି ଗୁରୁତର ରୂପେ ଆହତ ସେହି ଯୁବକଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ସଦର ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଖେତରାଜପୁର ନିବାସୀ ରାଜେଶ ରାଠୀ (୪୩) ରୂପେ ତାଙ୍କର ଚିହ୍ନଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

eleven − 3 =