ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ,୬ ଜୁଆଡ଼ି ଗିରଫ

0 347

ବାଲିଗୁଡ଼ା: ଲକ୍ ଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସର ମହାସିଙ୍ଗି ଜୁଆ ଆଡ୍ଡାରେ ଚଢ଼ାଉ । ଛ ଜଣ ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୪୧୫୦ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଓ ଚାରୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।

hiring

ମହାମାରୀ କରୋନାକୁ ନେଇ ସାରାଦେଶରେ ଲକ୍ ଡାଉନ୍ ଯାରି ହୋଇଥିବାବେଳେ ବିନା କାରଣରେ ଘରୁ ବାହାରକୁ ନବାହାରିବାସହ ସାମାଜିକ ଦୂରତା ରଖିବାପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।

ଏଭଳି ସ୍ଥିତିରେ ବାଲିଗୁଡ଼ା ଥାନା ମହାସିଙ୍ଗି ଅଞ୍ଚଳର କିଛି ଅମାନିଆ ଏକାଠି ହୋଇ ଜୁଆ ଖେଳୁଥିବା ଖବର ପାଇ ଚଢ଼ାଉ କରି ସେମାନଙ୍କ ବିରୁଦ୍ଧରେ ଲକ୍ ଡାଉନ୍ ନିୟମ ଭଙ୍ଗ ଦଫା ଓ ଜୁଆଖେଳ ଦଫାରେ ଗିରଫ କରାଯାଇଛି ବୋଲି କହିଛନ୍ତି ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ।

hiranchal ad1
Leave A Reply

Your email address will not be published.

two × 2 =