ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଂଟନ

0 455

ବୌଦ୍ଧ,୩୦/୬- ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାରେ ପ୍ରଫେସର ଭାବରେ କାର୍ଯ୍ୟରତ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଡ. କରୁଣାକର ନନ୍ଦଙ୍କ ପକ୍ଷରୁ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ଅସହାୟ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କଣ୍ଟାମାଳ ବ୍ଲକର ଖଟଖଟିଆ, ଲମ୍ବସରୀ, ପଲସାଗୋରା ଓ ରେଙ୍ଗାଲି ଗ୍ରାମ ପଞ୍ଚାୟତର ୨୦ଟି ଅସହାୟ ପରିବାରକୁ ଡ. ନନ୍ଦଙ୍କ ଦ୍ୱାରା ପ୍ରଦତ୍ତ ଶୁଖିଲା ଖାଦ୍ୟ ସହାୟତା ବଣ୍ଟନ କରାଯାଇଥିଲା । ବିଶ୍ୱ ପିତୃଦିବସ ଅବସରରେ ମଧ୍ୟ ଗତ ଜୁନ୍ ୨୧ ତାରିଖରେ ବୌଦ୍ଧବ୍ଲକର ୩୦ଜଣ ଅସହାୟ ଲୋକଙ୍କୁ ଡ. ନନ୍ଦଙ୍କ ଦ୍ୱାରା ପ୍ରଦତ୍ତ ଶୁଖିଲା ଖାଦ୍ୟ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀମାନେ ବଣ୍ଟନ କରିଥିଲେ । ପ୍ରବାସରେ ଥାଇ ମଧ୍ୟ ଡ. ନନ୍ଦ ନିଜ ଜନ୍ମମାଟିର ଅସହାୟଙ୍କୁ ସହାୟତାର ହାତ ବଢାଇଥିବାରୁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

fourteen + 6 =