ବିଧାନସଭାରେ ପୁଣି ମମିତା ତାତି; ଆଜି ବି ଚାଲିପାରିଲାନି ଗୃହ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0 53

ଭୁବନେଶ୍ୱର ୦୪।୧୨ : ଆଜି ବି ଚାଲିପାରିଲାନି ଗୃହ । ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହୋହାଲ୍ଲା, ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଗୃହ ଭିତରେ ପୂଜକ ବେଶରେ ପ୍ରତିବାଦ କଲେ ତାରାବାହିନୀ ପତି । ତାରା ବାହିନୀ ପତିଙ୍କ ପୂଜକ ବେଶ ସାଙ୍ଗକୁ ବିରୋଧୀଙ୍କ ଘଣ୍ଟମାଡରେ ଗୃହ କମ୍ପିଥିଲା । ଫଳରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । 

hiring

ତେବେ ଲଗାତାର ଭାବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହ ତାଲିପାରୁନାହିଁ । ଗତକାଲି ମଧ୍ୟ ଅଭିନବ ପ୍ରତିବାଦ କରିଥିଲା ବିଜେପି । ସେହିପରି ଆଜି ମଧ୍ୟ କଂଗ୍ରେସ ପ୍ରତିବାଦ କରିଛି । ଡିସେମ୍ବର ୧ ତାରିଖରୁ ବିଧାନସଭା ଆରମ୍ଭ ହୋଇଥିଲା । ଗତ ୪ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି । ସୂଚନା ଅନୁସାରେ, ମମିତା ମେହେର ହତ୍ୟା ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି । ବିଜେପି ବାହାରେ ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ଭିତରେ ପ୍ରତିବାଦ କରୁଛି ।

hiranchal ad1
Leave A Reply

Your email address will not be published.

1 × one =