ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’, ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି

0 50

ଭୁବନେଶ୍ବର ୦୪।୧୨ : ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’ । କାଲି ପୁରୀ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ “ଜୱାଦ” ଯାହା ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ । ପରେ ଉତ୍ତର ଉତ୍ତର -ପୁର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ କରି ଗଭୀର ଅବପାତରେ ପରିଣତ ହେବ । ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ ।

hiring

ଏହାରି ଭିତରେ ପବନର ବେଗ ସର୍ବାଧିକ ୭୫ କିମି ରହିବ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ବାତ୍ୟା ଦୁର୍ବଳ ହେଲେ ମଧ୍ୟ ବର୍ଷାର ପ୍ରକୋପ ରହିବ । ଏହାରି ଭିତରେ ଭୁ୍‌ବନେଶ୍ୱରବାସୀଙ୍କୁ ଘାରିଛି ଜଳ ନିଷ୍କାସନର ଚିନ୍ତା । କାରଣ ଅଳ୍ପ କିଛି ମାତ୍ରାରେ ବର୍ଷା ହେଲେ ସବୁ ଜାଗାରେ ଜଳବନ୍ଦୀ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ବିଏମସି ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ପମ୍ପସେଟ୍‌,ଡ଼୍ରେନ୍ ସଫା କାର୍ଯ୍ୟ ଚାଲିଛି ।

hiranchal ad1
Leave A Reply

Your email address will not be published.

twenty − sixteen =