ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସଙ୍କ ପରଲୋକ

0 133

ପାଟଣାଗଡ ୦୪।୧୨ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗ୍ରାମର ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସ( ୭୮) ବୟସରେ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଶାନ୍ତ ଶିଷ୍ଟ ମେଳାପୀ ଧର୍ମ ଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଅଞ୍ଚଳରେ ସ୍ଵର୍ଗତ ଦାସ ଜଣେ ସୁଗଠକ, ବାଗ୍ମୀ ଆଧ୍ୟାତ୍ମିକ ପ୍ରବକ୍ତା, କୋଶଳ ଆନ୍ଦୋଳନ ପରୋଧା, ଚାଷୀ ନେତା , ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ । ସେ ଅନେକ ଅନୁଷ୍ଠାନରେ ଜଡିତ ଥିଲେ । ତାଙ୍କର ଶିକ୍ଷକତା ଜୀବନରେ ତାଙ୍କ ଠୁଁ ଶିକ୍ଷାଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କର ଧର୍ମପତ୍ନୀଙ୍କ ଦେହାନ୍ତ ହେଇଯାଇଥିଲା । ତାଙ୍କର ପଛରେ ଦୁଇ ପୁଅ ବଡ଼ ପୁଅ ଜନଜୀବନ ଦାସ ଓ ପ୍ରିୟ ରଞ୍ଜନ ଦାସ, ବୋହୁ, ନାତି ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କର ପରଲୋକ ହୋଇଥିବା ଖବର ପାଇ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକରେ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଦାସଙ୍କ ପରଲୋକରେ ଚାଷୀ ନେତା ସମାଜସେବୀ ସୈ।କିଲାଲା ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =