ଏନ. ଓ୍ବାଇ. କେ ପକ୍ଷରୁ କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମ

0 135

ଫୁଲବାଣୀ ୦୪।୧୨ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଆର. ଏମ. ସି କମ୍ପ୍ୟୁଟର କେନ୍ଦ୍ର ଫୁଲବାଣୀ ଠାରେ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ଅମ୍ବିକା ୟୁଥ ଆସୋସିଏସନ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ତିନି ମାସିଆ କମ୍ପ୍ୟୁଟର ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ପଚିଶି ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବଗତ କରିଥିଲେ । ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ । ପରିଶେଷରେ ମା ଅମ୍ବିକା ୟୁଥ ଆଶ୍ସୋସିଏସନ ଫୁଲବାଣୀର ସମ୍ପାଦକ ଅମ୍ବିକା ପ୍ରସାଦ ପ୍ରହରାଜ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × two =