ୟୁଥ୍ ଫର୍ ଆକ୍ସନର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

0 181

ଫୁଲବାଣୀ ୦୪।୧୨ : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ ୟୁଥ ଫର୍ ଆକ୍ସନ୍ ବହୁ କମ୍ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ସ ରାଜ୍ୟ ସହ-ସଂଯୋଜକ ଶ୍ରୀଯୁକ୍ତ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ଶ୍ରୀ ସାର୍ଥକ ମୁନି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ସମସ୍ତ ନବନିଯୁକ୍ତ ସଦସ୍ଯମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

hiring

ଶ୍ରୀଯୁକ୍ତ ସିଂ ନିଜ ଅଭିଭାଷଣରେ କନ୍ଧମାଳରେ କିପରି ଯୁବ ନେତୃତ୍ବର ବିକାଶ ହେବା ସହ ଯୁବପିଢି କିପରି କର୍ମ ନିଯୁକ୍ତ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ଆଗାମୀଦିନ ମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମସ୍ତରରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକମାନଙ୍କୁ ଆହ୍ଵାନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 − 5 =