ଜଣେ ଲୁଟେରା ଗିରଫ, ୩ଜଣ ଫେରାର; ଲୁଟ୍ ହୋଇଥିବା ୧ଲକ୍ଷ ଟଙ୍କା ଉଦ୍ଧାର

0 124

ବାଲିଗୁଡ଼ା ୦୪।୧୨ : ଲୁଟେରା ଗ୍ୟାଙ୍ଗରୁ ଜଣେ ଗିରଫ, ୩ଜଣ ଫେରାର । ଲୁଟ୍ ହୋଇଥିବା ଏକଲକ୍ଷ ଟଙ୍କା ଜବତ । ସୂଚନା ପ୍ରକାରେ ରୁତୁଙ୍ଗିଆ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାଲିଗୁଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋରେ ଗାଁକୁ ଯାଉଥିବା ବେଳେ ଚାରିଜଣ ଲୁଟେରା ସେମାନଙ୍କୁ ପିଛା କରିଥିଲେ । ରୁତୁଙ୍ଗିଆରେ ସମସ୍ତ ମହିଳା ଅଟୋରୁ ଓହ୍ଲାଇବା ପରେ ମହିଳାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିଲେ ଲୁଟେରା । ଘଟଣାସ୍ଥଳରୁ ତିନିଜଣ ଲୁଟେରା ଚମ୍ପଟ ମାରିଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଅଞ୍ଚଳବାସୀ ଏବଂ ବାଲିଗୁଡ଼ା ଥାନାରେ ଜିମା ଦେଇଥିଲେ । ଘଟଣାର ତଦନ୍ତ କରି ଲୁଟ୍ ହୋଇଥିବା ଏକ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେପଟେ ଅନ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସର ଛାନଭିନ୍ ଜାରି ରଖିଛି । ଗିରଫ ଲୁଟେରା ଜଣକ ଗଞ୍ଜାମ ଜିଲ୍ଲା ଆସିକା ଥାନା ଗାଁ ନା ପାକଲାପାଲି ଗ୍ରାମର ରାମୁ ରାଓ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

twenty − 5 =