ମୁରିବାହାଲ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

0 57

ବଲାଙ୍ଗୀର,୨୭/୬- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ଡଗଡୁ, ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ମୁରିବାହାଲ ବିଡିଓ, ତହସିଲଦାର ତଥା ବ୍ଳକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiring

ଦାଖଲ ହୋଇଥିବା ୧୩୩ଟି ଆଞ୍ଚଳିକ ସମସ୍ୟା ଭିତ୍ତିକ ଓ ୨୨ଟି ଗ୍ରାମ୍ୟ ସମସ୍ୟା ମୂଳକ ସାମୁହିକ ଅଭିଯୋଗର ଶୁଣାଣି ହୋଇଥିବା ସୂଚନା ଦିଆଯାଇଛି । ସେହିପରି ୭ଜଣଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା, ଜଣକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା, ୩ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଦିଆଯାଇଛି । ଏଆରସି ସୁନ୍ଦରଗଡ ଠାରେ ସ୍ମାର୍ଟ କୁତ୍ରିମ ଅଙ୍ଗ ଲଗାଇବା ପାଇଁ ଗରୁଡଧ୍ୱଜ ବାଗଙ୍କ ନାମ ସୁପାରିଶ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − two =