ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ଆରମ୍ଭ

0 72

ବଲାଙ୍ଗୀର : ବଲାଙ୍ଗୀରର କୋଶଳ କଳାମଣ୍ଡଳ ପଡିଆ ସ୍ଥିତ ଜିଲ୍ଲା ପାଠାଗାରଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ CTMS (Cultural Troupe Management System) ୱେବସାଇଟରେ ଅନଲାଇନ କରିଥିବା ବଲାଙ୍ଗୀରର ସାଂସ୍କୃତିକ ଦଳ ମାନଙ୍କର ଚୟନ ପ୍ରକ୍ରିୟା ଆଜି ଆରମ୍ଭ ହୋଇଯାଇଛି ।

hiring

ପ୍ରଥମ ଦିନରେ ୧୨ ଗୋଟି ପ୍ରମୁଖ ସାଂସ୍କୃତିକ ଦଳ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଆଜିର ଏହି କାର୍ଯ୍ୟକ୍ରମରେ ଚୟନ ପ୍ରକ୍ରିୟାରେ ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର, ବିଶିଷ୍ଟ କଳାକାର ଶ୍ରୀ ସାନ୍ତାନୁ ବେହେରା, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ନବୀନ କିଶୋର କଅଁର ବିଚାରକ ଭାବରେ ଯୋଗ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − one =