ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଦିନିକିଆ ଦାରିଙ୍ଗବାଡି ଗସ୍ତ

0 112

ବାଲିଗୁଡ଼ା,୨୭/୬: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ସୋମବାର ଦିନ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବ ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇକୋରିଟ୍ରିଟର ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏହି ଜଳବାୟୁର ଉପଭୋଗ କରିବା ପାଇଁ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ଦାରିଙ୍ଗବାଡ଼ି ରାଜସ୍ୱ ମୌଜାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହିତ ସ୍ଥାନ ଦେଖିବା ସହ ନେଚର କ୍ୟାମ୍ପ, ହିଲଭିୟୁ ପାର୍କ, ପ୍ରଜାପତି ଗାଡେନ ପରିଦର୍ଶନ କରି ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଭୁବନେଶ୍ୱର ଗସ୍ତରେ ବାହାରି ଥିଲେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ଏହି ଗସ୍ତରେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ବନବିଭାଗ ଏସିଏଫ ସୌମ୍ୟ ରଞ୍ଜନ ସାହୁ ,ବିଡିଓ ଗଦାଧର ପାତ୍ର, ତହସିଲଦାର ଚାରଲସ ନାୟକ ,ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − 15 =