ମହାରାଷ୍ଟ୍ର କ୍ଷମତା ଲଢେଇ : ସବୁ ପକ୍ଷଙ୍କୁ ନୋଟିସ ଜାରିକଲେ ସୁପ୍ରିମକୋର୍ଟ

0 42

ନୂଆଦିଲ୍ଲୀ,୨୭/୬: ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଲଢେଇ ଏବେ ଆହୁରି ଜୋରଦାର ହୋଇଛି । ଦୁଇ ପକ୍ଷ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ମୁହାଁମୁହିିଁର ଚରମ ସୋପାନରେ ପହଞ୍ଚିଛନ୍ତି । କେହି ପଛକୁ ହଟିବା ନାଁ ଧରୁ ନାହାନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ସିନ୍ଦେ ଗୋଷ୍ଠୀର ପିଟିସନ ଉପରେ କଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କୁ ନୋଟିସ ଜାରି କରିବା ସହ ୫ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୧ ଜୁଲାଇକୁ ରଖିଛନ୍ତି । ଏହାସହ ଡେପୁଟୀ ସ୍ପିକରଙ୍କ ନୋଟିସରେ ୧୬ ବିଦ୍ରୋହୀ ବିଧାୟକଙ୍କୁ ଜବାବ ଦେବାର ସମୟକୁ ବଢାଇ ଦିଆଯାଇଛି । ଏହି ବିଧାୟକମାନଙ୍କୁ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ଜବାବ ଦେବାର ଥିଲା । ହେଲେ କୋର୍ଟ ଏହାର ସମୟ ୧୧ ଜୁଲାଇ ସନ୍ଧ୍ୟା ୫ଟା ୩୦ ଯାଏଁ ବଢାଇ ଦେଇଛନ୍ତି । କୋର୍ଟଙ୍କର ଏହି ନଷ୍ପତତି ସିନ୍ଦେ ଗୋଷ୍ଠୀ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଚି । ତେବେ ଏହି ଶୁଣାଣିରେ ମହାରାଷ୍ଟ୍ରର ଡେପୁଟୀ ସ୍ପିକରଙ୍କୁ ଝଟକା ଲାଗିଛି । ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଯାଚିକା ଦାଖଲ କରାଯାଇଥିଲା । ଯାହାର ଶୁଣାଣି ଏବେ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ଡେପୁଟୀ ସ୍ପିକରଙ୍କ ବିରୋଧରେ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆଜି ଶୁଣାଣି ସମୟରେ କୋର୍ଟ ସିନେ ଗୋଷ୍ଠୀର ଓକିଲଙ୍କୁ ପ୍ରଶ୍ନ କରିଥିଲେ,ଆପଣମାନେ ପ୍ରଥମେ ବମ୍ବେ ହାଇକୋର୍ଟକୁ ଗଲେ ନାହିଁ କାହିଁକି? ଏହାର ଉତ୍ତରରେ ଓକିଲ କହିଥିଲେ, ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି । ଆମକୁ ଏବଂ ଆମ ପରିବାରକୁ ଧମକ ଦିଆଯାଉଥିବାରୁ ମୁମ୍ବାଇରେ ମାମଲା ରୁଜୁ କରିବା ଅସମ୍ଭବ ହେଲା । ରାଜ୍ୟ ଶାସନ କଳକୁ ଅମାନ୍ୟ କରି ସେମାନେ ଆମ ଘରଦ୍ୱାର ଉପରେ ଆକ୍ରମଣ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିସନ ଦାଖଲ ହୋଇଛି । ସିନ୍ଦେଙ୍କ ଓକିଲ ଯୁକ୍ତି ବାଢିଛନ୍ତି ଯେ, ଉପବାଚସ୍ପିତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ । ‘ମହା ବିକାଶ ଅଘାଡି’ ତରଫରୁ ହାଜର ହୋଇ ବରିଷ୍ଠ ଆଡ୍‌ଭୋକେଟ୍‌ ଏ.ଏମ୍‌. ସଙ୍ଘୱି ଯୁକ୍ତି ଉପସ୍ଥାପନ କରି କହିଲେ, ମୁଁ ଏ ସଂକ୍ରାନ୍ତରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛି ଯାହା ବାଚସ୍ପତି ଜାଣି ନ ଥାଇ ପାରନ୍ତି ।

hiranchal ad1
Leave A Reply

Your email address will not be published.

16 − 1 =