ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ

0 61

ପୁରୀ : ପୁରୀ ପାନ୍ଥନିବାସ ପରିସରରେ ଏକ ରେଷ୍ଟୁରାଣ୍ଟକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସୋମବାର ପୂର୍ବାହ୍ନରେ ଉଦଘାଟନ କରିଛନ୍ତି । ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ବିଦିତ । ପର୍ଯ୍ୟଟକମାନଙ୍କୁ ଭଲ ପରିବେଶ ଓ ଖାଦ୍ୟ ଯୋଗାଇବାର ଆବଶ୍ୟକତା ରହିଛି । ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକ ଓ ପୁରୀ ବାସୀଙ୍କ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଶାବ୍ୟକ୍ତ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ଚରଣ ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମାନସ ପାଢୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ,ଉପଜିଲ୍ଲାପାଳ ଭବ ତାରଣ ସାହୁ, ଓ ଟି ଡି ସି ର ଡିଭିଜିନାଲ ମ୍ୟାନେଜର ପି କେ ଚାନ୍ଦ,ଏସଇ ଶଶାଙ୍କ ଦାଶ,ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ଏବଂ ପାନ୍ଥନିବାସର ମ୍ୟାନେଜର ଚନ୍ଦ୍ରକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − five =