ନିମୋକୋକାଲ କଂଜୁଗେଟ୍‌ ଭ୍ୟାକ୍ସିନ (ପିସିଭି )ଟୀକାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

0 72

ବଲାଙ୍ଗୀର,୩୦/୬- ନ୍ୟୁମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅବସରରେ ବିବିଏମସିଏଚ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଭାରଚୁଆଲ ମୋଡରେ ଯୋଗଦାନ କରିଥିଲେ । ବ୍ୟାପକ ଜନସଚେତନତା ସୃଷ୍ଟି, ସହଜ ଓ ସମସ୍ତଙ୍କୁ ଟୀକାକରଣ ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଭୀମ ସାହୁ ପିସିଭି ଟୀକା ଜିଲ୍ଲା ପାଇଁ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ନିମୋନିଆ ହେଉଛି ପାଞ୍ଚ ବର୍ଷରୁ କମ୍‌ ବୟସର ପିଲାଙ୍କର ମୃତ୍ୟୁର କାରଣମାନଙ୍କ ମଧ୍ୟରୁ ଏକ ପ୍ରମୁଖ କାରଣ । ବିଶେଷ କରି ଦୁଇ ବର୍ଷରୁ କମ୍‌ ବୟସର ପିଲାମାନେ ନିମୋନିଆରେ ଆକ୍ରାନ୍ତ ହୋଇଥାନ୍ତି । ନିମୋକୋକସ୍‌ ଜୀବାଣୁ ଦ୍ୱାରା ମସ୍ତିଷ୍କରେ ହେଉଥିବା ସଂକ୍ରମଣ ଓ ନିମୋନିଆରୁ ସୁରକ୍ଷା ଦେବାରେ ପିସିଭି ଟୀକା ସାହାଯ୍ୟ କରିଥାଏ । ତେଣୁ ନିୟମିତ ଟୀକାକରଣ ସୂଚୀରେ ପିସିଭି ଟୀକାକୁ ସାମିଲ କରାଯାଇଛି । ପିଲାକୁ ଦେଢ ମାସ, ସାଢେ ତିନି ମାସ ଏବଂ ନଅ ମାସରେ ପିସିଭି ଟୀକା ଦିଆଯିବ । ଆଇଏନଏଚଏମ ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡିପିଏଚଓ( ପରିବାର କଲ୍ୟାଣ) ଡ ସୁଧାବାଲା, ଏଡିପିଏଚଓ (ଟିବି) ଡ. ତୁଷାରକାନ୍ତ ଠାକୁର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × five =