ଏଡିଇଓ ଭଜନଲାଲ ମାଝିଙ୍କ ରାୟଗଡ ବିଇଓ ରୂପେ ଦାୟିତ୍ୱ ଗ୍ରହଣ

0 73

ରାୟଗଡ/୩୦/୬: ରାୟଗଡ ଶିକ୍ଷା ଜିଲ୍ଳାର ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଆଜି ରାୟଗଡ ଶିକ୍ଷା ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବିଇଓ ତଥା ଭାରପ୍ରାପ୍ତ ବିଇଓ ୱାହିଙ୍ଗା ଶବରଙ୍କ ଠାରୁ ଆଜି ଶ୍ରୀ ମାଝି ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଶ୍ରୀ ମାଝି ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଳାର ଚନ୍ଦାହାଣ୍ଡି ବ୍ଳକରେ ବରିଷ୍ଠ ବ୍ଳକ ଶିକ୍ଷାଧିକାରୀ ରୂପେ କାର୍ଯ୍ୟରତ ରହିଥିଲେ । ତାଙ୍କର ପୋନ୍ନତି ଯୋଗୁଁ ରାୟଗଡ ଜିଲ୍ଳାରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ପ୍ରକାଶ ଥାଉକି, ଗତ ୩୦ଏପ୍ରିଲ ୨୦୨୧ରେ ତତ୍କାଳୀନ ବିଇଓ ରଜନୀକାନ୍ତ ସାମନ୍ତରାଏଙ୍କ ଅବସର ଗହଣ ପରେ ଏବିଇଓ ୱାହିଙ୍ଗା ଶବର ଭାରପ୍ରାପ୍ତ ବିଇଓଙ୍କ ଦାୟିତ୍ୱ ପରିଚାଳନା କରୁଥିଲେ । ନୂତନ ଦାୟିତ୍ୱ ନେବା ପରେ ରାୟଗଡ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତା ପୁଷ୍ପଗୁଚ୍‌ଛ ପ୍ରଦାନ ପୂର୍ବକ ଶ୍ରୀ ମାଝିଙ୍କୁ ସ୍ୱାଗତ ଜଣାଇଥିଲେ । ଶିକ୍ଷକଙ୍କ ମାସିକ ଦରମା ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍‌ ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରତି ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶୃତି ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହଯୋଗ ଶ୍ରୀ ମାଝି କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

six + twenty =