ଚର୍ଚ୍ଚାରେ ଲୋଇସଂହା ବିଧାୟକ ଡ. ମହାଲିଙ୍ଗ

0 402

ବଲାଙ୍ଗୀର,୧୩/୯- ବିଧାନସଭା ଅଧିବେଶନକୁ ଆଉ ଅଳ୍ପ ବାକି ଅଛି । ଏହି ଅଧିବେଶନ ପୂର୍ବରୁ ଲୋଇସଂହା ନିର୍ବାଚନ ମଣ୍ଡଳୀର ସାମୂହିକ ସମସ୍ୟା ଯାହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ହେଲେ ଜନସାଧାରଣ ଉପକୃତ ହେବେ,ବୁଦ୍ଧିଜୀବୀଙ୍କ ଠାରୁ ପ୍ରସ୍ତାବ, ପରାମର୍ଶ ଲୋଡିଛନ୍ତି ଲୋଇସଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସେହିପରି ମହାମାରୀ କରୋନା ହେତୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ବିଶେଷତଃ ଗ୍ରାମାଞ୍ଚଳରେ ଅବସ୍ଥା ଆହୁରି ସଙ୍ଗୀନ । ଏବେ କିଭଳି ସୁଧାର ଅଣାଯାଇ ପାରିବ ସେ ସଂପର୍କରେ ଭିଡିଓ କନଫରେନ୍ସ ଜରିଆରେ ଶିକ୍ଷାବିତ୍‌,ଶିକ୍ଷକ ଓ ଅଭିଭାବକଙ୍କ ସହ ପରାମର୍ଶ କରିଛନ୍ତି ।
ବୈଜ୍ଞାନିକ ବିଧାୟକ ନିଜ ପୈତୃକ ୨ଏକର ଜମିରେ ଆରଗାନିକ ପଦ୍ଧତିରେ ଧାନ ଚାଷ କରିଛନ୍ତି । ଫୁରସତ ସମୟ ଦେଖି ଜମିରେ ନିଜେ ଦେଖାଶୁଣା କରୁଛନ୍ତି । ବିଧାୟକଙ୍କ ଆରଗାନିକ ପଦ୍ଧତି ପ୍ରତି ଚାଷୀ ଆକୃଷ୍ଟ ହେଲେ ପରିବେଶ ସୁରକ୍ଷା ସମ୍ଭାବନା ବଢିବ । ଗତକାଲି ସାମାଜିକ ଗଣମାଧ୍ୟମରେ ଫଟୋ ପ୍ରସାରିତ ହେବା ପରେ ଚର୍ଚ୍ଚାରେ ବିଧାୟକ ମହାଲିଙ୍ଗ ।

hiranchal ad1
Leave A Reply

Your email address will not be published.

five × 4 =