ବୌଦ୍ଧ-କୋଭିଡ୍‌ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0 3,257

ବୌଦ୍ଧ,୧୩/୯ – ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍‌ ଆଇସୋଲେସନରେ ଥିବା ଜଣେ ଯୁବକ ଗତ ରାତିରେ ଗୁରୁତର ହୋଇଯାଇଥିଲେ । କରୋନା ଆକ୍ରାନ୍ତ ମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଥିବା ରାପିଡ୍‌ ଆକ୍ସନ ଟିମ ଖବରପାଇ ଆମ୍ବୁଲାନସ ଯୋଗେ ପୁରୁଣା ଜେଲ୍‌ଠାରେ ଥିବା କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

12 − nine =