କୋଇଣ୍ଡାପାଲିର ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ

0 46

ବଲାଙ୍ଗୀର, ୨୩/୭- ଲୋୟର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ କୋଇଣ୍ଡାପାଲିର ୩୪ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଲୋୟର ଜଳସେଚନ ପ୍ରକଳ୍ପ ମୁଖ୍ୟଯନ୍ତୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗାଦାନ କରି ବିସ୍ଥାପିତଙ୍କୁ ଲରକିପାଲି ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ପାଇଁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ । ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପୁନର୍ବାସ ଓ ଥଇଥାନ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ୍‌ ବାଗ, ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

hiring

ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ରାଣା କୋଇଣ୍ଡାପାଲି ଗ୍ରାମବାସୀଙ୍କୁ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ । ପୁନର୍ବାସ ଓ ଥଇଥାନ କଲୋନୀରେ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶ କାମ ଚାଲିଥିବା କହିଥିଲେ ।

hiranchal ad1
Leave A Reply

Your email address will not be published.

six + 2 =