ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲଂଘନ କରି ଲୁହାପଥର ପରିବହନ

0 66

କେନ୍ଦୁଝର,୨୩/୭ – ଜିଲ୍ଲାରେ ଖଣି ଚୋରି କିଛି ନୁଆ କଥା ନୁହେଁ, ପୂର୍ବରୁ ଜିଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ କରି ହଜାର ହଜାର କୋଟି ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଥିଲେ, କେତେକ କମ୍ପାନୀ ଜୋରିମାନା ଟଙ୍କା ଦେଇଥିବାବେଳେ ଆଉ କେତେକ ବର୍ତ୍ତମାନ ପର୍ଯ୍ୟନ୍ତ ଜୋରିମାନା ଟଙ୍କା ପୈଠ କରିନାହାନ୍ତି, ଯାହାକି ଆଜିଯାଏଁ ଜିଲ୍ଲାପାଳଙ୍କ କୋର୍ଟରେ ଏହି ମାମଲା ଚାଲିଛି । ଏହା ସତ୍ୱେ ମଧ୍ୟ କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମକୁ ଉଲଂଘନ କରି ରାତିରେ ଟ୍ରକରେ ଲୁହାପଥର ଲୋଡ଼କରିବା ନେଇ ଭିଡିଓ ଭାଇରଲ ହେବାପରେ ଓଏମସି କତ୍ତୃପକ୍ଷ ଏପରି କାର୍ଯ୍ୟ କୁ ଲୋକେ ଖଣି ଚୋରି ନେଇ ସନ୍ଦେହ କରିଛନ୍ତି । ଶୁଆକାଠି ସ୍ଥିତ ଓଏମସି ଖଣିରେ ଡିଜିଏମ ଥିବା ବ୍ୟକ୍ତି ଅନୁରାଗ ଝା ଙ୍କୁ ଆରଏମ ଦାୟିତ୍ୱ ଦିଆଯାଇଥିବାବେଳେ ସେ ଜଣେ ଅଣ ଓଡିଆ ହୋଇଥିବାରୁ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକଙ୍କୁ ବିଭିନ୍ନ ସମସ୍ୟାରେ ପକାଉଥିବା ବହୁ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ବାହାନାରେ ଓଏମସି ଖଣିରେ ଚଳାଇଛନ୍ତି ଆତଙ୍କରାଜ ବୋଲି ଅଭିଯୋଗ ହେଉଛି । ସରକାରଙ୍କ ନିୟମକୁ ଭାଙ୍ଗି ସରକାରଙ୍କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ନିଜ ମନ ମୁତାବକ ନିୟମ କରି ଲଦି ପକାଉଛନ୍ତି ଟ୍ରକ ଗୁଡିକ ଉପରେ, କେତେବେଳେ ଖଣି ପରିସର ବାହାରେ ୫ରୁ ୭ କିଲୋମିଟର ଦୂରରେ ଥିବା ଟ୍ରକକୁ କଳା ତାଲିକାଭୁକ୍ତ କରୁଛନ୍ତି ତ କେତେବେଳେ ଖଣି ମଧ୍ୟରେ ସରକାରଙ୍କ ନିୟମକୁ ଭଙ୍ଗ କରି ରାତିରେ ଟ୍ରକରେ ଲୁହାପଥର ବୋଝେଇ କରି ଗାଡିକୁ ବାହାରକୁ ପଠାଇଦେଉଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ମାଲ୍‌ (ଲୁହାପଥର) ଲୋଡ ହେବା ସମୟ ଥିବା କିଛି ଓଏମସି ଅଧିକାରୀ କହୁଥିବା ବେଳେ ରାତିରେ କେଉଁ ସୂର୍ଯ୍ୟ ଉଦୟ ହୋଇଥିଲା ଯେ ଟ୍ରକରେ ଲୁହାପଥର ଲୋଡ଼ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ ମାଲିକଙ୍କ ପାଇଁ ଗୋଟିଏ ନିୟମ ଏବଂ ଶୁଆକାଠି ସ୍ଥିତ ଟ୍ରକ ମାଲିକ ସଙ୍ଘ ପାଇଁ ଅହେତୁକ ଅନୁକମ୍ପା ଦେଖାଇ ଅନ୍ୟ ଗୋଟେ ନିୟମ କରିଥିବା ଓଏମସି ଆର ଏମ ଅନୁରାଗ ଝା ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଟ୍ରକ ମାଲିକମାନେ । ଗତ ୧୯ ତାରିଖ ରେ କେନ୍ଦୁଝର ଟ୍ରକ ମାଲିକ ମାନେ ଟୋକନ ପାଇ ୨୧ ତାରିଖରେ ଲୋଡ଼ ପାଇଁ ଯାଇଥିବା ବେଳେ ତାଙ୍କୁ ଆର ଏମ ଅନୁରାଗ ଝା ଲୋଡ଼ କରିବାକୁ ଦେଇ ନଥିଲେ କିନ୍ତୁ ଅନ୍ୟ ଜଣେ ଟ୍ରକ ମାଲିକ ସେହି ୧୯ ତାରିଖ ଟୋକନରେ ଲୋଡ଼ କରିବାକୁ ଆର ଏମ ଅନୁରାଗ ଝା କିପରି ଅନୁମତି ଦେଲେ ବୋଲି ଜିଲ୍ଲା ସଂଘରେ ପଞ୍ଜିକୃତ ମାଲିକ ମାନେ ପ୍ରଶ୍ନ କରିଛନ୍ତି । ଶୁଆକାଠି ସ୍ଥିତ ଓଏମସି ଖଣିରେ ବହୁ ବେଆଇନ ଭାବେ ଖଣି କାର୍ଯ୍ୟ ଚାଲୁୁଥିବାବେଳେ ଏଥିରେ ମୁଖ୍ୟ କାର୍ପଟଦାର ଥିବା ଆରଏମ ଅନୁରାଗ ଝା ଙ୍କୁ ବଦଳି କରାଯାଇ ତଦନ୍ତ କରାଗଲେ ବହୁ ବେଆଇନ କଳା କାରନାମାର ପର୍ଦ୍ଦାଫାଶ ହୋଇପାରିବ ବୋଲି ଟ୍ରକମାଲିକ ମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =