ଜାମ୍ବୁନାଳ ଉପରେ ୨ ଫୁଟ ପାଣି, କମିରା ୬ ଘଣ୍ଟା ବାହ୍ୟ ଜଗତରୁ ବିଚ୍ଛିନ୍ନ

0 237

ଜହ୍ନାପଙ୍କ,୨୩/୭- ଆଜି ସକାଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ଜହ୍ନାପଙ୍କଠାରୁ କମିରା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଫଳରେ କମିରା ଗ୍ରାମବାସୀ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଅଞ୍ଚଳବାସୀଙ୍କ ଦାବି ପରେ ୨୦୧୮ ମସିହାରେ ଏହି ରାସ୍ତାର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏହି ରାସ୍ତାକୁ ଜଣେ ଠିକାଦାର ଟେଣ୍ଡରରେ ନେଇଥିଲେ । ଫଳରେ ଅଞ୍ଚଳବାସୀଙ୍କ ଆଶା ପୂରଣ ହେବାକୁ ଯାଉଥିବା ବେଳେ ଏହି ପୋଲ ନିର୍ମାଣ ପାଇଁ ତିନି ଥର ଟେଣ୍ଡର ବାତିଲ ହୋଇଥିବା ଜଣାଯାଇଛି । ଯଦ୍ୱାରା ଗ୍ରାମବାସୀ ସାମାନ୍ୟ ବର୍ଷା ଯୋଗୁଁ ନାହିଁନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଏପରିକି ଜରୁରୀ କାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ଏହି ପୋଲକୁ ସୁଉଚ୍ଚ ପୋଲ କରିବାକୁ ନବୀନ କୁମାର ପ୍ରଧାନ, ଅଶ୍ୱିନୀ ଦାସ,ସନ୍ତୋଷ ଦାସ,ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ସମିତି ସଭ୍ୟ ସଂଜୟ ପ୍ରଧାନ, ସୁଶାନ୍ତ ବାଘ,ସୁକଦେବ ପ୍ରଧାନ, ବାଂଛାନିଧି ହୋତା, ଅରୂପ ଦାସ,ଆଦିତ୍ୟ ଦାସ ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − four =