ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା ଭବାନୀପାଟଣାରୁ ଆରମ୍ଭ

0 63

ଭବାନୀପାଟଣା,୨୩/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି କଳାହାଣ୍ଡି ମାଁ ମାଣିକେଶ୍ୱରୀ ପୀଠରୁ ଆରମ୍ଭ ହେଲା କୋସଲ ସ୍ୱାଭିମାନ ପଦଯାତ୍ରା । ବିଭିନ୍ନ ସ୍ଥାନରେ ଏହି ଯୁବ ସମନ୍ୱୟ ସମିତିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପାଞ୍ଚୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପଦଯାତ୍ରାର ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡିରୁ ବରଗଡ ପର୍ଯ୍ୟନ୍ତ ହେବ । ଏହି ପଦଯାତ୍ରାରେ କୋସଲ ଯୁବ ସମନ୍ୱୟ ସମିତିର ୨୦ ଜଣ ସଦସ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଡୋଳାମଣି ପ୍ରଧାନ,ସାଧାରଣ ସଂପାଦକ ଅଚ୍ୟୁତ ଖମାରୀ, ସଂପାଦକ ଗିରିରାଜ ଭୋଇ, ରଞ୍ଜନ ଖୁଆସ, କୋଷାଧ୍ୟକ୍ଷ ବନମାଳୀ ନାଏକ, ଯୁଗଳ କିଶୋର ମେହେର, ଧର୍ମରାଜ ବରିହା, ବିଶ୍ୱଜିତ ପଧାନ,ଶୁଭମ ପଧାନ, କୋସଲ ସମନ୍ୱୟ ସମିତି କଲାହାଣ୍ଡିର ଯତୀନ ମୁଣ୍ଡ, ସୁଶୀଲ ପଣ୍ଡାଙ୍କ ସହିତ କଳାହାଣ୍ଡି କଂଗ୍ରେସ , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ମହମ୍ମଦ ସାହେବ, ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନି,ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ପିଣ୍ଟୁ ଅଗ୍ରୱାଲ ,ବିଜୟ ଦୀପ ପ୍ରମୁଖ ସାମିଲ ହୋଇଛନ୍ତି ।

hiring

ଆଜି କେସିଙ୍ଗାରେ ରାତ୍ରୀ ଯାପନ କରିବାକୁ ଥିବାବେଳେ ଆସନ୍ତାକାଲି ସଇଁତଳା ଅଭିମୁଖେ ଯାତ୍ରା କରିବେ । ଆସନ୍ତା ୨୫ ତାରିଖ ରାତ୍ରୀରେ ସେମାନେ ବଲାଙ୍ଗୀର ଠାରେ ପହଞ୍ଚିବେ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଓ ଉପସଭାପତି ବିନୋଦ କୁମାର ସାଏଙ୍କୁ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 7 =