ଗଞ୍ଜେଇ ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ: ୮୭କେଜି ୧୦୦ଗ୍ରାମ୍‌ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

0 311

ବାଲିଗୁଡ଼ା,୨୨/୧- ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ଭର୍ତ୍ତି ୱାଗନର୍‌ କାର୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ କ.ନୂଆଗାଁ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା କ.ନୂଆଗାଁ ପୋଲିସ୍‌ । ପୂର୍ବପ୍ରସ୍ତୁତି ଅନୁଯାୟୀ ଧୁଙ୍ଗିଆଦିଆ ଘାଟି ନିକଟରେ ଏକ ସ୍ୱତନ୍ତ୍ର ଟିମ୍‌ ଜଗିରହିଥିଲେ । କାରଟି ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ସାମ୍ନାରେ ହଠାତ୍‌ ପୋଲିସକୁ ଦେଖି ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲକୁ ଓଲଟି ପଡ଼ିଥିଲା । ପୋଲିସ୍‌ କାର୍‌ ନିକଟରେ ପହଁଚିବା ବେଳକୁ ଘଟଣାସ୍ଥଳରୁ ଦୁଇଜଣ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ କାରରେ ବସିଥିବା ଜଣେ ମହିଳାଙ୍କୁ କାବୁ କରିଥିଲା ପୋଲିସ୍‌ । ଘଟଣାସ୍ଥଳରୁ କାର୍‌କୁ ଉଠାଇ ଥାନାକୁ ନେବାସହ କାର୍‌ ଯାଞ୍ଚ କରିଥିଲା ପୋଲିସ୍‌ । କାର୍‌ ଭିତରୁ ୮୭କେଜି ୧୦୦ଗ୍ରାମ୍‌ ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମହିଳା ଜଣକ ସାରଙ୍ଗଡ଼ ଥାନା ମଗଡ଼ିଙ୍ଗିଆ ଗ୍ରାମର କସ୍ତୁରୀ ଦିଗାଲ ହୋଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

six + 14 =