ଦୁଃଖଦ ଖବର୍ : ବସ୍ ଚକ ତଳେ ଚାଲିଗଲା ଯାତ୍ରୀଙ୍କ ଜୀବନ

0 7,425

ବୌଦ୍ଧ,୨୨/୧ – ଆଜି ସକାଳେ କଣ୍ଟାମାଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି l ବସରେ ଚଢିବା ବେଳେ ଗୋଡ ଖସି ପଡି ଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲି ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ଫୁଲବାଣୀ ଯାଉଥିବା ଘରୋଇ ବସ ମା ମଙ୍ଗଳା ଓ.ଆର.19 ଏଲ 1752 ରେ କୌଣସି କାମରେ ଯାତ୍ରା କରିବା ବେଳେ କଣ୍ଟାମାଳ – ଘଣ୍ଟାପଡା ରାସ୍ତାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉଦେପୁର ଛକ ଠାରେ ଆଜି ସକାଳ ପ୍ରାୟ ଘ 7. 30 ମିନିଟ ସମୟରେ ଜଣେ ଯାତ୍ରୀ ଚଢୁଥିବା ସମୟରେ ଗୋଡ଼ ଖସି ପଛ ଚକାରେ ମୁଣ୍ଡ ଚାପି ହେଇଯିବା ଫଳରେ ଘଟଣା ସ୍ଥଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ଯାତ୍ରୀ ଜଣକ ସ୍ଥାନୀୟ ଉଦେପୁର୍ ଗ୍ରାମର ଖଗେଶ୍ୱର କନ୍ହର ବୋଲି ସୁଚନା ମିଳିଛି l ଖବର୍ ପାଇ ଘଟଣା ସ୍ଥଳକୁ କଣ୍ଟାମାଳ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |

hiranchal ad1
Leave A Reply

Your email address will not be published.

five × 2 =