ବାଇକକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ଜଣେ ଗୁରୁତର

0 3,253

ବୌଦ୍ଧ,୨୧/୧- ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଗଜରାଜପୁର୍ ନିକଟରେ ଗୋଟିଏ ବାଇକକୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ମନୁପାଲି ଗ୍ରାମ୍ ପଂଚାୟତ ପୁଡୁଗ ପଥର ଗ୍ରାମର ପିଣ୍ଟୁ କୁମ୍ଭାର (28) ନିଜ ଭଉଣୀ ଘର ବନ୍ଧାପଥର ଗ୍ରାମକୁ ଆସି ଏକ ବାଇକ ଯୋଗେ ନିଜ ଭିଣୋଇଙ୍କ ସହ ପୁଡୁଗ ପଥର ଗ୍ରାମକୁ ଫେରୁଥିଲେ l ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା ଗଜରାଜପୁର୍ ନିକଟ କଣ୍ଠl ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ହାଇୱା ବାଇକକୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ବାଇକ ଆରୋହୀ ପିଣ୍ଟୁ କୁମ୍ବାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭେନାଇ ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି | ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

3 × 3 =