ପୁଣି ମାନବିକତା ର ପରିଚୟ ଦେଲା ସେବା ଚେରିଟେବୁଲ ଟ୍ରଷ୍ଟ

0 330

ପାଟଣାଗଡ,୨୧/୧଼- ପାଟଣାଗଡ଼ ଥାନା ଅନ୍ତର୍ଗତ ଗଏଲମରା ଗ୍ରାମରେ ଗତକାଲି ରାତିରେ ମାୟାବର୍‌ହା ଗ୍ରାମର ଜଣେ ବ୍ୟକ୍ତି ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ବିଷୟରେ ଗ୍ରାମର ଭଦ୍ରବ୍ୟକ୍ତି ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି ଡାକ୍ତରଖାନା ଶବ ସଂଗୃହିତ ଗୃହରେ ରଖିଥିଲେ । କିଛି ସମୟ ପରେ ଶବ ବ୍ୟବଚ୍ଛେଦ କରିଥିଲେ କିନ୍ତୁ ଭକ୍ତ କୁମୁରା ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ନୀତିନିୟମ ଅନୁଯାୟୀ ଶବକୁ ବାପା ଘର କି ଶ୍ୱଶୁର ଘରଲୋକେ କେହି ନେଇନଥିଲେ । ଘଟଣା ବିଷୟରେ ଖବରପାଇ ପାଟଣାଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଚେରିଟେବୁଲ ଟ୍ରଷ୍ଟ ଶବସତ୍କାର କରିବାପାଇଁ ନିଷ୍ପତ୍ତି ନେଇ ପାଟଣାଗଡ଼ ପଞ୍ଚମୁଖୀ ହନୁମାନ ମନ୍ଦିର ପାଖରେ ଥିବା ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା ।ଏହି ଶବ ସତ୍କାର କାର୍ଯ୍ୟରେ ଟ୍ରଷ୍ଟ ସଭାପତି ସୁନୀଲ ସିଂ, ଉପସଭାପତି ଗିରିଧାରୀ ଭୋଇ, ସଦସ୍ୟ ରିଙ୍କୁ ନାଗ, ଯୁଧିଷ୍ଠିର ମିର୍ଧା, ସିଲୁ ସାହୁ, ସୁଶୀଲ କୁମ୍ଭାର, ସଂଗ୍ରାମ ବାହୁକ,ଘନ ଭୁଏ ପ୍ରମୁଖ ଉପସ୍ଥିତ ରହି ଶେଷପର୍ଯ୍ୟନ୍ତ ରହିଥିଲେ । ଏହି ଶବସତ୍କାର କାର୍ଯ୍ୟରେ ପାଟଣାଗଡ଼ ଥାନାଧିକାରୀ ଶ୍ରୀମତୀ କେ. ପ୍ରିୟଙ୍କା ରାଉତରାୟ କାଠ ଯୋଗାଇଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × one =