ଅବକାରୀ ବିଭାଗ ପକ୍ଷରୁ ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ

0 1,633

ବୌଦ୍ଧ,୨୧/୧-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ ଧାନବଳସ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୮ ଏକର ଜାଗା ଉପରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ, ଅବକାରୀ ଇନିସପେକ୍ଟର ବିଜୟ କୁମାର ଧରୁଆ, ସବଇନିସପେକ୍ଟର ରମେଶ ମହାନ୍ତି, ଏଏସଆଇ ରୂପେଶ ମୁଖୀଙ୍କ ସମେତ ପୋଲିସ କନେଷ୍ଟବଳ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =