ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

0 937

ବୌଦ୍ଧ/ବାଉଁଶୁଣୀ,୨୧/୧- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଡକ ସୁରକ୍ଷା ମାସ ଅବସରରେ ଆଜି ବାଉଁଶୁଣୀ ଠାରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରାରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏସ. ମୁର୍ମୁ ଓ ବିଦ୍ୟାଳୟର ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ଏନଏସଏସ ଓ ୟୁଥ ରେଡକ୍ରସ ସହାୟତା କରିଥିଲେ । ଛାତ୍ରଛାତ୍ରୀମାନେ ସଚେତନତା ବାର୍ତ୍ତା ଲେଖା ଥିବା ପ୍ଲା କାର୍ଡ ଧରି ଓ ସ୍ଲୋଗାନ ଦେଇ ସାଇକେଲ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 16 =