ଯୁବ ସମାଜସେବୀଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ : ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ

0 201

ବାଲିଗୁଡ଼ା: ଯୁବକଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଗାଁ ଗାଁ ବୁଲି ଅସହାୟ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ପ୍ରଶାନ୍ତ । କରୋନା ମୁକାବିଲା ପାଇଁ ସାରାଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର ।

hiring

ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥବାବେଳେ ଜରୁରୀ କାଳୀନ ସେବା ଯୋଗାଇବାକୁ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଡାକ୍ତର,ନର୍ସ,ପାରା ମେଡିକାଲ୍ ଷ୍ଟାଫ୍, ପୋଲିସ୍, ଗଣମାଧ୍ୟମ ପ୍ରତିନିଧି ଓ ସଫେଇ କର୍ମଚାରୀ । ବର୍ତ୍ତମାନ ପରିସ୍ଥିତିରେ ଅସହାୟ ଗରିବ ଲୋକଙ୍କୁ ସହାୟତା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଶାନ୍ତ। ପ୍ରଶାନ୍ତଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିବାସହ ଆମ ଏନ୍ଏସି ର ସଫେଇ କର୍ମଚାରୀ ଗଳିକନ୍ଦି ବୁଲି ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିସ୍କାର ପରିଛନ ରଖୁଛନ୍ତି । ପ୍ରତ୍ୟେକ ଲୋକ ଏହି ମହାନ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି କହିଛନ୍ତି ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ।

hiranchal ad1
Leave A Reply

Your email address will not be published.

four × 3 =