କ.ନୂଆଗାଁରେ ବିଜେଡ଼ିର ଦୁଇ ବରିଷ୍ଠ ପର୍ଯ୍ୟବେକ୍ଷକ,ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦଙ୍କୁ ଦେଲେ ଗୁରୁମନ୍ତ୍ର :ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ

0 164

ବାଲିଗୁଡ଼ା,୩୦/୭: ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‌, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ଦିନିକିଆ କ.ନୂଆଗାଁ ଗସ୍ତ । ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପ୍ରଥମେ ଦିବଙ୍ଗତ ବରିଷ୍ଠ ଓକିଲ ତଥା ବିଜେଡ଼ିର ଫାଉଣ୍ଡର ମେମ୍ବର ଭାଗୀରଥି ରାଉତରାୟଙ୍କ ପାଇଁ ଦୁଇମିମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ଏହି ଦୁଇ ପର୍ଯ୍ୟବେକ୍ଷକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଦୁଇ ପର୍ଯ୍ୟବେକ୍ଷକ । ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ କୁମାର ସାହୁ । କ.ନୂଆଗାଁ ବ୍ଲକ୍‌ ସଭାପତି ବାସୁଦେବ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ, ମହିଳା ସଭାନେତ୍ରୀ ଅନିତା ମଲ୍ଲିକ, ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବାଲିଗୁଡ଼ା ନଗର ସଭାପତି ସେଖ୍‌ ସାଦିକ୍‌, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ କୁମାର ସାହୁ, ବ୍ଲକ୍‌ ଅଧ୍ୟକ୍ଷ ପ୍ରକାଶ ପାତ୍ର, କୋଟଗଡ଼ ବ୍ଲକ୍‌ ସଭାପତି ଷ୍ଟିଫେନ୍‌ ପ୍ରଧାନ, ସାଂସଦ ପ୍ରତିନିଧି ମନୋଜ ସାବତ, ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ମଲ୍ଲିକ, ବିଧାୟକ ପ୍ରତିନିଧି ସୁରଦା ମଲ୍ଲିକ ଉପସ୍ଥିତ ଥିବାବେଳେ ବାଲିଗୁଡ଼ା ବ୍ଲକ୍‌ ସଭାପତି ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

three + ten =