ଜୁଡିଆ ଘାଟିରେ ପଥରଖଣ୍ଡ ପଡି ଟ୍ରକ ଦୁର୍ଘଟଣାଗ୍ରସ୍ତ

0 74


କେନ୍ଦୁଝର,୩୦/୭- କେନ୍ଦୁଝର ସହରଠାରୁ ମାତ୍ର ୨/୪ କି.ମି ଦୂରତାରେ ଜୁଡ଼ିଆଘାଟିରେ ଆଜି ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ଟଳିଗଲା ବୋଲି ଆଲୋଚନା ହେଉଛି । ନଂ ୪୯ ରାଜପଥର ନିର୍ମାଣ କାର୍ଯ୍ୟ ମୋଣ୍ଟେକାଲୋ ଲି: ଦ୍ୱାରା ଚାଲିଥିବା ସମୟରେ ଜୁଡ଼ିଆ ଘାଟିର ପାହାଡ଼କୁ ଅତ୍ୟଧିକ ଉଚ୍ଚତାରୁ କାଟି ଦେଇଥିବାରୁ ତାହା ବର୍ତ୍ତମାନ ବିପଦପୂର୍ଣ୍ଣ ଭଳି ପ୍ରତୀୟମାନ ହେଉଛି । ଯାହାର ଫଳସ୍ୱରପ ଗତକାଲିର ରାତିତମାମ ବର୍ଷାରେ ପାହାଡ଼ ଉପରୁ ଏକ ବିରାଟ ପଥର ଖଣ୍ଡ ଆଜି ଅପରାହ୍ନ ୪ ଘଟିକା ସମୟରେ ଶୁଆ କାଟି ଲୌହଖଣିକୁ ପରିବହନ ପାଇଁ ଯାଉଥିବା ଦଶଚକିଆ ଟ୍ରକ ସହ ଧକ୍କା ହୋଇଥିଲା । ଅବଶ୍ୟ ସେ ସମୟରେ ସେ ସ୍ଥାନରେ ଅନ୍ୟ କୌଣସି ଗାଡ଼ିମଟରର ଆତଯାତ ନଥିଲା , ଯାହାଦ୍ଵାରା ନିଶ୍ଚିତ ଏକ ବଡ଼ ର୍ଦୁଘଟଣା ଟଳିଗଲା ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

five + fifteen =