କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ମନ୍ତ୍ରୀଙ୍କୁ ଦାବୀପତ୍ର

0 195


ଫୁଲବାଣୀ,୩୦/୭ – ରାଜ୍ୟ ପଞ୍ଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ସର୍କିଟହାଉସ ଠାରେ ଭେଟି ଏକ ଦାବିପତ୍ର କନ୍ଧମାଳ ମିଡ଼ିଆ ଫୋରମ ଫୁଲବାଣୀ ପକ୍ଷରୁ ଦିଆଯାଇଛି। ଏହି ଦାବିପତ୍ରରେ ମିଡ଼ିଆ ଫୋରମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବାପାଇଁ ଆଲୋଚନା କରାଯାଇଥିଲା। ଏଥିସହିତ ମିଡ଼ିଆ ଫୋରମ ପକ୍ଷରୁ ବିଗତ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଶ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା। ମନ୍ତ୍ରୀ ପ୍ରତାପ ଜେନା ପାରୁପର୍ଯ୍ୟନ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ କନ୍ଧମାଳ ମିଡ଼ିଆ ଫୋରମର ସଭାପତି ସୁନୀଲ ବିଶ୍ୱାଳ,ସମ୍ପାଦକ ସୂର୍ଯ୍ୟ ବେହେରା, ସହ ସମ୍ପାଦକ ରମେଶ ପ୍ରଧାନ, ପ୍ରଶାନ୍ତ ଜେନା, ସଦାଶିବ ପାତ୍ର, କ୍ଷୀରୋଦ ସାହାଣୀ,ଫୋରମର ଉପଦେଷ୍ଟା ସୁନୀଲ ପଟ୍ଟନାୟକ ଓ ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

twenty − 17 =