ଆଜି ଅପରାହ୍ନରେ ଅନଲକ୍‌ ନେଇ ଏସ୍‌ଆରସି କରିପାରନ୍ତି ବଡଘୋଷଣା

0 63

ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ, ସଟଡାଉନ ଓ ଅନ୍ୟ କରୋନା କଟକଣା ବଳବତର ରହିଛି  । ତେବେ ଆଜି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କରାଯିବ  । ଅପରାହ୍ନ ସାଢେ଼ ୩ଟାରେ ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିବେ  ।

hiring

ରାଜ୍ୟରେ ଏବେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରିନାହିଁ  । ପୂର୍ବାପେକ୍ଷା କମିଥିଲେ ବି ତାହା ସନ୍ତୋଷଜନକ ନୁହେଁ  । କଟକ ଓ ଖୋର୍ଦ୍ଧାରେ ପ୍ରତିଦିନ ଶହ ଶହ ସଂକ୍ରମିତ ବାହାରୁଛନ୍ତି  । ତେବେ ଅନେକ ଜିଲ୍ଲାରେ କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି  । ତେଣୁ ପୂର୍ବାପେକ୍ଷା କରୋନା କଟକଣା କୋହଳ ହେବବୋଲି ଆଶା କରାଯାଉଛି  । 

ଯେଉଁଥିପାଇଁ ଆଜି ଏସଆରସିଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି  । ବିଶେଷକରି ସିନେମା ହଲ ବହୁଦିନ ଧରି ଖୋଲିପାରିନାହିଁ  । ସେହିପରି ଯାତ୍ରା ପାଇଁ ଅନୁମତି ମିଳୁନଥିବାରୁ ଯାତ୍ରା କଳାକାରମାନେ ହନ୍ତସନ୍ତ ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ ହଲ, ଯାତ୍ରା ଓ ପାର୍କ ଖୋଲିବାକୁ କେତେକ ମହଲରେ ଦାବି ହେଉଥିବାବେଳେ ଏସଂକ୍ରାନ୍ତରେ ସରକାର କି ଘୋଷଣା କରୁଛନ୍ତି ତାହା ଉପରେ ନଜର ରହିଛି  ।

hiranchal ad1
Leave A Reply

Your email address will not be published.

18 − 8 =