ଧୋଇଗଲା ତମିଆଁ-ମୁଦଲସର ଅସ୍ଥାୟୀ ରାସ୍ତା

0 89

ବଲାଙ୍ଗୀର: ଧୋଇଗଲା ତମିଆଁ-ମୁଦଲସର ସେତୁ ନିକଟସ୍ଥ ଅସ୍ଥାୟୀ ରାସ୍ତା । ବିଛିନ୍ନ ହେଲେ ୧୨ରୁ ଅଧିକ ଗାଁ ଅଧିବାସୀ । ସୂଚାଇ ଦିଆଯାଏ ଯେ, ନିମ୍ନମାନର କାମ ହେତୁ ଢଳିଥିବା ପୋଲ ମରାମତି ବେଳେ ଭାଙ୍ଗିବା କାରଣରୁ ଶ୍ରମିକ ମୃତ୍ୟୁ ଅଘଟଣ ଘଟିଥିଲା । ୭କୋଟି ପ୍ରାୟ ଅଟକଳରେ ଧାର୍ଯ୍ୟ ସମୟ ସୀମାରେ ତିଆରି ପାଇଁ ଠିକା ସଂସ୍ଥାକୁ ବିଭାଗ ପୁରସ୍କାର ଦେଇଥିଲା । ରାମକୁମାର ଇଞ୍ଜିନିୟରିଂପ୍ରାଇଭେଟ ଲିମିଟେଡ୍‌ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି ସରକାର । ଅବଶ୍ୟ ଘଟଣା ପରେ ପରେ କିଛି ଦିନ ପାଇଁ କଳା ତାଲିକାଭୁକ୍ତ କରିବା ପରେ ପୁଣି ପ୍ରତ୍ୟାହାର କରାଯାଇଥିଲା । କେବଳ ସେତିକି ନୁହେଁ ପୋଲର ଭଙ୍ଗା ଅଂଶ ନୂଆ ତିଆରି ପାଇଁ ପ୍ରକିଆ ଆରମ୍ଭ ହୋଇଛି । କିନ୍ତୁ ୧୨ଟି ଗାଁ ଲୋକ ଓ ଯାତାୟତ କରୁଥିବା ଲୋକ ନୂଆ ଏକ ପୋଲ ନିର୍ମାଣ ଦାବୀ କରୁଛନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ଭାଗବଣ୍ଟା ଖେଳ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷା ଋତୁ ମଧ୍ୟ କାଳ ହେଲା ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

15 − four =