ଲକଡାଉନରେ ବୋର୍ ହେବନି ଲୋକେ, ବାଲିଗୁଡା ପୁଲିସର ଅଭିନବ ପ୍ରୟାସ

0 299

ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲୋକେ ଆଉ ବୋର୍ ହେବେନି । କାରଣ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ନିଆଯାଇଛି ଅଭିନବ ପଦକ୍ଷେପ । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି ରଚନା କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଫଳରେ ଲୋକମାନେ ଘରେ ବସି ବସି ଆଉ ବୋର୍ ହେବେନି । ସେ ସବୁକୁ ପଠାଇବାପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏକ ହ୍ବାଟ୍ସଆପ୍ ନମ୍ବର ମଧ୍ୟ ଯାରି କରାଯାଇଛି ।

hiring

ଯେଉଁ କବିତା ଭଲ ହୋଇଥିବା ତାହା ସଚେତନତା କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ କଣ୍ଠରେ ତାକୁ ଗାଇବେ । ଏଥିସହିତ ଭଲ ଗପ, କ୍ଷୁଦ୍ରଗଳ୍ପ,କବିତା, ଚିତ୍ରାଙ୍କନ, ଗିତ କନ୍ଧମାଳ ଏସପିଙ୍କ ଟ୍ବିଟର ରେ ମଧ୍ୟ ପୋଷ୍ଟ କରାଯିବ । କରୋନା ଯୁଦ୍ଧ ସରିବାପରେ ଯେଉଁ ବ୍ୟକ୍ତିଙ୍କ କବିତା,ଗଳ୍ପ, ରଚନା, ଚିତ୍ରାଙ୍କନ,ଗିତ ମନୋନୀତ ହୋଇଥିବ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।

hiranchal ad1
Leave A Reply

Your email address will not be published.

seven + sixteen =