ଇରାନୀ କପ୍‌ ପାଇଁ ରେଷ୍ଟ ଅଫ୍‌ ଇଣ୍ଡିଆ ଦଳ ଘୋଷଣା, ହନୁମା ବିହାରୀଙ୍କୁ ଅଧିନାୟକ ଦାୟିତ୍ୱ

0 57

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ସିନିୟର ଚୟନ କମିଟି ରେଷ୍ଟ ଅଫ୍‌ ଇଣ୍ଡିଆ ଦଳ ଘୋଷଣା କରିଛି । ଇରାନୀ କପ୍‌ ୨୦୨୨ ରେଷ୍ଟ ଅଫ୍‌ ଇଣ୍ଡିଆ ଏବଂ ରଣଜୀ ଚାମ୍ପିଅନ୍‌ ସୌରାଷ୍ଟ୍ର ମଧ୍ୟରେ ୧ ରୁ ୫ ଅକ୍ଟୋବର ମଧ୍ୟରେ ଖେଳାଯିବା ଏହି ମ୍ୟାଚ୍‌ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ । ବିସିସିଆଇ ଏହାର ଅଫିସିଆଲ୍‌ ୱେବସାଇଟରେ ଏହି ସୂଚନା ଦେଇଛି । ହନୁମା ବିହାରୀଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଉମ୍ରାନ ମଲିକ, ମୟଙ୍କ ଅଗ୍ରୱାଲ, ଜୟନ୍ତ ଯାଦବଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି ।
ଅବଶିଷ୍ଟ ଭାରତୀୟ ଦଳ : ହନୁମା ବିହାରୀ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କା ପଞ୍ଚଲ, ଅଭିମନ୍ୟୁ ଈଶ୍ୱରନ, ଯଶ ଧୁଲ, ସରଫରାଜ ଖାନ, ଯଶସ୍ୱୀ ଜୟସ୍ୱାଲ, କେ.ଏସ୍‌ ଭରତ, ଉପେନ୍ଦ୍ର ଯାଦବ, ଜୟନ୍ତ ଯାଦବ, ସୌରଭ କୁମାର, ଆର ସାଇ କିଶୋର, ମୁକେଶ କୁମାର, ଉମର ମଲ୍ଲିକ, କୁଲଦୀପ ସେନ୍‌, ଅର୍ଜନ୍‌ ନାଗସ୍ୱାଲା

hiranchal ad1
Leave A Reply

Your email address will not be published.

five × 5 =