ଅନ୍ଧ ବିଶ୍ୱାସରେ ମାସେ ଯାଏଁ ଝାଡ଼ଫୁଙ୍କ : କୁକୁର କାମୁଡ଼ିବାର ମାସେ ପରେ ଡାକ୍ତରଖାନାରେ ଭର୍ତ୍ତି, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟ

0 254

ଦାରିଙ୍ଗବାଡ଼ି :ଜଣେ ୮ବର୍ଷର ଝିଅକୁ କୁକୁର କାମୁଡିବା ଦିନଠାରୁ ୧ମାସ ଧରି ଡାକ୍ତରଖାନାକୁ ନେବା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝାଡଫୁଙ୍କ କରିବା ସେହି ଝିଅ ର ଜୀବନ ନେଇଯାଇଛି ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ପଞ୍ଚାୟତ ଗୁମିକିଆ ର କଞ୍ଜୁମାହା ଗ୍ରାମରେ l ସୂଚନା ପ୍ରକାରେ ଗତ ମାର୍ଚ୍ଚ ମାସ ୨୮ତାରିଖରେ କଞ୍ଜୁମାହା ଗ୍ରାମର ଲେବିୟ ପ୍ରଧାନଙ୍କ ଝିଅ ସିନ୍ତଜିନି ପ୍ରଧାନ(୮)କୁ ଗାଁ ରେ ଏକ କୁକୁର କାମୁଡ଼ି ଦେଇଥିଲା l ତେବେ କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ହୋଇଥିବା ବେଳେ ପ୍ରଶାସନ ତରଫରୁ ଘରୁ ନବହାରିବା ପାଇଁ ନିର୍ଦ୍ଦେଶ ରହି ଥିବାରୁ ପରିବାର ଲୋକେ ଭୟରେ ଘରେ ରହିଥିଲେ l ଅନ୍ୟପକ୍ଷରେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ କୌଣସି ପ୍ରକାର ଯାନବାହନ ଚଳାଚଳ ନକରିବାରୁ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝିଅକୁ ଝାଡଫୁଙ୍କ କରିଥିଲେ l ତେବେ ଏହାମଧ୍ୟରେ ୧ମାସ ବିତିଯାଇଥିଲା l ଯାହାଫଳରେ ଝିଅ ଟିର ଅବସ୍ଥା ଗୁରୁତର ହୋଇଥିବା ବେଳେ ଗତକାଲି ତାକୁ ପ୍ରଥମେ ବୁଡ଼ାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା l ସେଠାରେ ଅବସ୍ଥା ଥୁବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଥିବା ବେଳେ ସେଠାରୁ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଥିଲା l ତେବେ ଫୁଲବାଣୀ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ସମୟରେ ଝିଅଟିର ମୃତ୍ୟ ଘଟିଥିଲା l ତେବେ ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଆଜି ଯାଏଁ ଲୋକେ କାହାରିକୁ କୁକୁର କାମୁଡ଼ି ଦେଲେ ଡାକ୍ତରଖାନା କୁ ନେବା ବଦଳରେ ଝାଡଫୁଙ୍କ ଓ ଚେରମୁଳି ଔଷଧ ଉପରେ ବିଶ୍ୱାସ କରୁଛନ୍ତି ଯାହାଫଳରେ ବିଗତ ଦିନରେ ଏହିଭଳି ଘଟଣା ଦେଖିବାକୁ ମିଳିଥିବା ର ନଜିର ରହିଥିବା ବେଳେ ବର୍ତମାନ ତାହାର ଅନ୍ୟଏକ ଉଦାହରଣ ସ୍ୱରୂପ ଅନ୍ଧବିଶ୍ୱାସ ଏକ ୮ବର୍ଷର ନିଷ୍ପାପ ନାବାଳିକାର ଜୀବନ ନେଇଯାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି l

hiranchal ad1
Leave A Reply

Your email address will not be published.

five × 1 =