କରୋନା ସଚେତନ ପାଇଁ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ : ଚିତ୍ର ମାଧ୍ୟମରେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା

0 279

ବାଲିଗୁଡ଼ା: ସଚେତନତା ପାଇଁ ଚିତ୍ର ଶୀଳ୍ପୀଙ୍କ ନିଆରା ପ୍ରୟାସ । କରୋନା ଯୁଦ୍ଧରେ ଏହି ଯୋଦ୍ଧାଙ୍କ ଅସ୍ତ୍ର ସାଜିଛି ରଙ୍ଗ ଆଉ ତୁଳୀ । ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ।
ସାରା ବିଶ୍ବକୁ ଘାରିଛି ଏବେ କରୋନା ଚିନ୍ତା । ଗୋଟିଏ ପଟେ ରାଜ୍ୟରେ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଏଭଳି ସ୍ଥିତିରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ଆଉଜଣେ ଯୋଦ୍ଧା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ଦଣ୍ଡିଆ । ଦୀର୍ଘ ୧୫ବର୍ଷ ହେବ ଅଞ୍ଚଳରେ ଚିତ୍ରକରି ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ହେଲେ ବର୍ତ୍ତମାନ ସମୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ପଠାଉଛନ୍ତି । ଏହା ଦେଖି ନିଜ ଖର୍ଚ୍ଚରେ ଲଣ୍ଡାଗାଁ ରୁ ବାଲିଗୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ଜନସାଧାରଣଙ୍କୁ ଏହି ଯୁବ ଚିତ୍ରଶିଳ୍ପୀ । ପାଖରେ ଟଙ୍କା ନାହିଁ ସରକାରଙ୍କୁ ଦେବାପାଇଁ ହେଲେ,ମୋ ପାଖରେ ରଙ୍ଗ ଆଉ ତୁଳୀ ତ ଅଛି । ଏହି ରଙ୍ଗ ଓ ତୁଳସୀ ସାହାଯ୍ୟରେ ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଉଛି ଏବଂ ଲୋକେ ଏଥିରୁ କିଛି ଶିଖି ପାରୁଛନ୍ତି । ଏଥିରେ ମୋତେ ବହୁତ ଖୁସି ମିଳୁଛି ବୋଲି କହିଛନ୍ତି ଚିତ୍ରଶିଳ୍ପୀ ପ୍ରମୋଦ । ସେପଟେ ପ୍ରମୋଦଙ୍କ ଏଭଳି ନିଃଶ୍ବାର୍ଥପର ସେବା ମନବୃତ୍ତିକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି । ଯାହାହେଉ ବାଲିଗୁଡ଼ା ବ୍ଲକ୍ ର ଉପାନ୍ତ ଅଞ୍ଚଳ ଲଣ୍ଡାଗାଁ ର ଏହି ଯୁବ ଚିତ୍ରଶିଳ୍ପୀ ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଚିତ୍ରକଳା ମାଧ୍ୟମରେ ଜନସାଧାରଣଙ୍କୁ କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି । ଏଥିପାଇଁ ଆମ ଅଞ୍ଚଳବାସୀ ଗର୍ବିତ ବୋଲି କହିଛନ୍ତି ଦେବେନ୍ଦ୍ର କୁଦେଇ ।

hiring
ପିଲାଟି ଦିନରୁ ଚିତ୍ର ପ୍ରତି ଆଗ୍ରହୀ ଥିଲେ ପ୍ରମୋଦ । ବାପାଙ୍କ ଦେହାନ୍ତ ପରେ ବଡ଼ଭାଇ,ଭାଉଜ ଓ ମା ସବୁକିଛି । ପ୍ରମୋଦ ଙ୍କ ଚିତ୍ର ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ପ୍ରମୋଦ ଙ୍କୁ ଉତ୍ସାହିତ କରିଥିଲେ ଏବଂ ଚିତ୍ର କରିବାପାଇଁ ଆବଶ୍ୟକ ସାମଗ୍ରୀ କିଣିବାରେ ମଧ୍ୟ ସହଯୋଗ କରିଥିଲେ ପରିବାର ଲୋକେ । ଧିରେଧିରେ ଚିତ୍ରରେ ଉନ୍ନତି ଘଟିଥିଲା ପ୍ରମୋଦଙ୍କର । ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି । ଚିତ୍ରକଳାକୁ ଜୀବିକା ଭାବେ ବାଛି ନେଇଛନ୍ତି ପ୍ରମୋଦ । ସରକାରୀ,ବେଶରକାରୀ ଅନୁଷ୍ଠାନ ଓ  ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଚିତ୍ରକରି ଦିପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରନ୍ତି ପ୍ରମୋଦ । ଓ୍ବାଲ୍ ପେଣ୍ଟିଂ ସହ ପେନ୍ସିଲ୍ ଆର୍ଟ,କାନଭାସରେ ବିଭିନ୍ନ ସଚେତନତା ବାର୍ତ୍ତା ଓ ବ୍ୟକ୍ତି ବିଶେଷଙ୍କ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ କରନ୍ତି । ହେଲେ ପ୍ରତ୍ସାହନ ଅଭାବରୁ ଉନ୍ନତି ଘଟିପାରୁନାହିଁ । ସରକାରୀ ସହାୟତା ମିଳିଲେ ଅଞ୍ଚଳର ଅନେକ ଚିତ୍ରଶିଳ୍ପୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ପ୍ରମୋଦ ।
hiranchal ad1
Leave A Reply

Your email address will not be published.

18 − 8 =