ଭଦ୍ରକରେ ପାଞ୍ଚ କରୋନା ପଜିଟିଭ : ପାଞ୍ଚୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

0 153

ଭଦ୍ରକ:ଆଜି ଭଦ୍ରକ ଜିଲ୍ଲାର ଦୁଇଟି ବ୍ଲକ ରେ ପଞ୍ଚୋଟି କରୋନା ପଜିଟିଭ ଜଣାପଡିବାପରେ ,ଏ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଜିଲ୍ଲାବାସୀଙ୍କୁ ଟୁଇଟର ମାଧ୍ୟମରେ ଅବଗତ କରାଇଛନ୍ତି । ପ୍ରଥମତଃ ଆଜିଠାରୁ ସଟଡାଉନ ବା କଣ୍ଟେନମେଣ୍ଟ ଜୋନ୍ ଭାବେ କଟକଣା ରହିଥିବା ଏରେଇଁ ଗ୍ରାମ ପଞ୍ଚାୟତ ଓ ଚରମ୍ପା ରେଳ ଷ୍ଟେସନ ଅଞ୍ଚଳକୁ କଣ୍ଟେନମେଣ୍ଟ କଟକଣାମୁକ୍ତ କରାଯାଇଛି । ଏବେ ଜିଲ୍ଲାରେ କରୋନା ପଜେଟିବ ବାହାରିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ପାଞ୍ଚୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ପଞ୍ଚୋଟି ଗ୍ରାମରେ ସମସ୍ତ ପିଡ଼ିଏସ ସାମଗ୍ରୀ ଓ ବ୍ୟକ୍ତିଗତ ସହାୟତା ବଣ୍ଟନ କୁ ରଦ୍ଦ କରିଛନ୍ତି ଜିଲ୍ଲାପାଳ । ଏଥିସହିତ ସଂକ୍ରମଣ କାରୀଙ୍କ ପରିବାର ଙ୍କ ଠାରୁ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି।

hiranchal ad1
Leave A Reply

Your email address will not be published.

5 − 4 =