ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ

0 201

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି ଭୁବନେଶ୍ୱରରୁ ଦୁଇଜଣିଆ ତଦନ୍ତକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ ସୁପରିଟେଣ୍ଡେନ ଇଞ୍ଜିନିୟର ହେମନ୍ତ କୁମାର ଦତ୍ତ ଘଟଣା ସ୍ଥଳକୁ ପରିଦର୍ଶନ କରି ବ୍ରିଜ୍ କିଭଳି ଭାଙ୍ଗିଲା ଅନୁଧ୍ୟାନ କରିଥିଲେ । ଏହି ଦୁଇ ଅଧିକାରୀଙ୍କ ସହ ବଲାଙ୍ଗୀର ଉନ୍ନୟନ ବିଭାଗ ଏସ୍‌ଇ କାଲିପ୍ରସାଦ ମହାକୁର ଓ ପାଟଣାଗଡ ନିର୍ବାହୀଯନ୍ତ୍ରୀ ଏଣ୍ଟିନୋ କିଶାନ ମଧ୍ୟ ଉପସ୍ଥିତ ଥିଲେ । ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଶୀଘ୍ର ଦାଖଲ କରାଯିବ ବୋଲି ଦୁଇ ଅଧିକାରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seven − 2 =