ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି

0 240

କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍‌ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ ଲଢେଇ ପାଇଁ କରୋନା ୱାରିଅର୍ସମାନେ ମାନବ ଜାତିର ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଯୁଦ୍ଧ କ୍ଷେତ୍ରରେ ଡାକ୍ତର, ପୁଲିସ, ନର୍ସ, ସଫେଇ କର୍ମଚାରୀ ତଥା ଅନେକ ସରକାରୀ ଅଧିକାରୀ ଆଗଧାଡିରେ ସୈନିକ ଭାବେ ରହିଛନ୍ତି । କ.ନୂଆଗାଁ ଥାନା ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ ସେହି ଯୋଦ୍ଧାମାନଙ୍କ ମଧ୍ୟରୁ ଜଣେ । ତାଙ୍କର ନିସ୍ୱାର୍ଥପର ସେବା ତଥା ନମ୍ର ବ୍ୟବହାର ଦ୍ୱାରା କ.ନୂଆଗାଁ ଜନସାଧାରଣଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ଏହି ଯୁଦ୍ଧ ଭଳି ପରିସ୍ଥିତିରେ ଶ୍ରୀ ପ୍ରଧାନଙ୍କ କର୍ତ୍ତବ୍ୟନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ତାଙ୍କର ଏହି ସାହାସ ଏବଂ ସେବା ପାଇଁ ଭାତରୀୟଜନତା ପାର୍ଟି କ.ନୂଆଗାଁ ତରଫରୁ ହୃଦୟର ସହ ଅଭିନନ୍ଦନ ଜଣାଯାଇଛି । ବିଜେପି ତରଫରୁ ସରୋଜ ପଟ୍ଟନାୟକ ଓ ବିପ୍ର ପ୍ରଧାନ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଖୁବଶୀଘ୍ର ଏହି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ବିଜୟୀ ହେବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =