ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ

0 324

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା ରାଜନୈତିକ କେନ୍ଦ୍ର କରିବା ସହିତ ଭୟଭୀତ କରିବା ପାଇଁ ଗୁଳି ମାଡ କରିଥିବା କହିଛନ୍ତି ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ।

hiring

ଟାଉନ ଥାନା ପୁଲିସ ଅଭିଯୋଗ କ୍ରମେ ଘଟଣାସ୍ଥଳରେ ପହଂଚି ଦୁଇଟି ଦେଶୀ ବନ୍ଧୁକ ଜବତ ସହ ଜଣକୁୁ ଅଟକ ରଖିଛି ।ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୁ୍‌ଲିସ ତଦନ୍ତ ଚଳାଇଛି ।ଅନ୍ୟପକ୍ଷରେ ନିକଟରେ ଜଙ୍ଗଲ ଥିବାରୁ ବାହାରୁ ଶିକାର କରିବାବେଳେ ଏପରି ଘଟଣା ଘଟିଥାଇ ପାରେ । ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଫୁଲବାଣୀ ଏସଡିପିଓ ପ୍ରକାଶ କରିଛନ୍ତି ।ଏନେଇ ଫୁଲବାଣୀ ଟାଉନ ଥାନାରେ କେଶ ନମ୍ବର ୫୯/୨୦ରେ ଏକ ମାମଲା ରଜୁ କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − sixteen =