କରୋନା ପ୍ରକୋପକୁ ନେଇ ବଢ଼ୁଛି କେନ୍ଦ୍ରର ଚିନ୍ତା

0 79

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ି ଚାଲିଥିଲା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୯୩ ହଜାର ୮୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୩୮କୁ ବୃଦ୍ଧି ପାଇଛି । ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୭୪ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି, ୨୩ ହଜାର ୬୫୧ ସକ୍ରିୟ ଅଛନ୍ତି । ବର୍ତ୍ତମାନ ୨୩ ହଜାର ୬୫୧ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୧୮ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଆଜି ସୂଚନା ଦେଇଛି । ପୂର୍ବ ଭଳି ମହାରାଷ୍ଟ୍ରରେ ସଂକ୍ରମଣ ସ୍ଥିତି ଗମ୍ଭୀର ରହିଛି । ଏହି ରାଜ୍ୟରେ ୪୩୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧୨୯ଜଣ ପ୍ରାଣ ହରାଇଲେଣି । ଗୁଜୁରାଟରେ ୧୯୭, ଦିଲ୍ଲୀରେ ୫୬, ତାମିଲନାଡୁରେ ୨୭, ତେଲେଙ୍ଗାନାରେ ୨୬, ଆନ୍ଧ୍ରପ୍ରଦେଶରେ ୩୧, କର୍ଣ୍ଣାଟକରେ ୨୧, ଉତ୍ତରପ୍ରଦେଶରେ ୩୯, ପଶ୍ଚିମବଙ୍ଗରେ ୧୯, ରାଜସ୍ଥାନରେ ୨୨, ଜମ୍ମୁ-କାଶ୍ମୀରରେ ୫୧, ହରିୟାଣାରେ ୩, କେରଳରେ ୪, ଝାଡ଼ଖଣ୍ଡରେ ୩, ବିହାରରେ ୨ ଏବଂ ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଇତିମଧ୍ୟରେ ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କଠାରେ ଥିବା ସିକିମ୍ ସରକାରଙ୍କର ଏକ ଅତିଥି ଭବନରେ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେ ପଜିଟିଭ୍ ଚିହ୍ନଟ ହେବା ପରେ ଅତିଥି ଭବନକୁ ବନ୍ଦ କରିଦିଆଯାଇଛି ଏବଂ ଭବନର ୬୦ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସିକିମ୍‌ରୁ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା ଜଣେ ବ୍ୟକ୍ତି ଏହି ଭବନରେ ରହିଥିଲେ । ଏଠାରେ ରୋଗୀଙ୍କୁ ଚିକିତ୍ସା ପାଇଁ ସୁବିଧା ସୁଯୋଗ ଦିଆଯାଇଥାଏ । ଅତିଥି ଗୃହରେ ଥିବା ରୋଗୀଙ୍କୁ ବିଭିନ୍ନ ଚିକିତ୍ସା ପାଇଁ ସହରର ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ଅତିଥି ଗୃହରେ ଜଣେ ରୋଗୀ କରୋନା ଆକ୍ରାନ୍ତଙ୍କ ହେବା ପରେ ଅନ୍ୟମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ ସ୍ଥିତି ପୂର୍ବଭଳି ଗୁରୁତର ରହିଛି । ବର୍ତ୍ତମାନ ଟେଷ୍ଟିଂ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଉଛି ।

hiranchal ad1
Leave A Reply

Your email address will not be published.

1 × five =