ସୁପ୍ରିମ୍‌କୋର୍ଟରୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍‌, ତିଆରି ହେବ ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ

0 206

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟରୁ ସବୁଜ ସଂକେତ ମିଳିଛି । ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବା ପାଇଁ ମାମଲା ଦାଏର ହୋଇଥିଲା । ତେବେ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରକଳ୍ପ ଅଧିନରେ ଦେଶର ନୂଆ ସଂସଦ ଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଉପରାଷ୍ଟ୍ରପତିଙ୍କ ବାସଭବନ ଏବଂ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ନୂଆ ସଚିବାଳୟ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏହି ପ୍ରକଳ୍ପର କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଡେଲହାଉସି ରୋଡ୍ ନିକଟରେ ୧୫ ଏକର ପ୍ଲଟରେ ଏଗୁଡ଼ିକ ନିର୍ମାଣ କରାଯିବ । ତେବେ କେନ୍ଦ୍ର ସରକାରଙ୍କର ଏଭଳି ପ୍ରକଳ୍ପକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି ଯେ, ସମଗ୍ର ଦେଶ ବର୍ତ୍ତମାନ କରୋନା କବଳରୁ ମୁକ୍ତ ହେବା ପାଇଁ ସଂଘର୍ଷ କରୁଥିବା ବେଳେ ଏଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସରକାର ମନ ବଳାଇବା ଦୁର୍ଭାଗ୍ୟର ବିଷୟ । ଏହା ଉପରେ ରୋକ୍ ଲଗାଯିବା ଆବଶ୍ୟକ । ବର୍ତ୍ତମାନ ପ୍ରାଥମିକତା ହେଉଛି କରୋନା ମୁକାବିଲା ବୋଲି ସେମାନେ କହିଥିଲେ । ଏହି ପ୍ରକଳ୍ପକୁ ବିରୋଧ କରି ସେମାନେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମ୍‌କୋର୍ଟ ମାମଲାର ଶୁଣାଣି କରି ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରୁଥିଲେ । ଆଜି କୋର୍ଟ ସିଧାସଳଖ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏହି ପ୍ରକଳ୍ପ ପାଇଁ ୨୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ।

hiranchal ad1
Leave A Reply

Your email address will not be published.

9 − 8 =