ବିଧାୟକ ବିଜୟ ଶଙ୍କର ବିବାହ ମାମଲା: ଆବେଦନକୁ ରୋକିବାକୁ ପହଞ୍ଚିଲେ ସୋମାଲିକା

0 176

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲା । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ହେଲେ ହାଜର । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ କଲେ ଅବଗତ ।ଗତକାଲି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ପ୍ରତାରଣା ଦେଇ ବିଧାୟକ ବିଜୟ ଶଙ୍କର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ କରିଥିବା ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ଗୁହାରି କରିଥିଲେ ।

ଆଜି ସେହି ପିଟିସନ କପି ସହିତ ସୋମାଲିକା କଟକ ସବ ରେଜିଷ୍ଟର ଅଫିସରେ ପହଞ୍ଚିଛନ୍ତି । ବିଜୟ ଶଙ୍କର ନିଜ ବୟସ ବାବଦୀୟ ଭୁଲ ତଥ୍ୟ ଦେଇଥିବା ସେ ସାନି ଅଭିଯୋଗ କରିଛନ୍ତି ।
ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗତ ମାସ ୨୧ ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ କରିଛନ୍ତି ଆବେଦନ । ଏନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ କରିଥିଲେ ସୋମାଳିକା ।

hiring

ସୂଚନା ଯୋଗ୍ୟ, ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ପହଞ୍ଚିଥିଲେ ।ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି ।

ସୋମାଲିକା ଅଭିଯୋଗ କରିଛନ୍ତି କି, ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି । ବିବାହ ମାମଲାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସୋମଲିକା । ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ ବୋଲି ସୋମଲିକା କହିଛନ୍ତି । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।

hiranchal ad1
Leave A Reply

Your email address will not be published.

5 × three =