ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

0 51

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି ଯେ, ତୁରନ୍ତ ପୋଲିସ ଉଠାଇ ନେଇଥିବା ଛାତ୍ରଙ୍କୁ ଛଡାଯାଉ । ନଚେତ୍ ପ୍ରତିବାଦ ଜାରି ରହିବ ।

hiring

ସୂଚନା ଅନୁସାରେ, ଉକ୍ତ ଛାତ୍ର ଜଣକ ପୂର୍ବରୁ ଏକ ଗଣ୍ତୋଗୋଳରେ ସାମିଲ୍ ଥିବା ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ହେଲେ ପରବର୍ତ୍ତି ସମୟରେ କିଛି ଛାତ୍ରଛାତ୍ରୀ ଦାବି କରିଥିଲେ ଯେ, ତାଙ୍କର କୌଣସି ଗଣ୍ତଗୋଳରେ ସମ୍ପୃକ୍ତି ନାହିଁ । କଲେଜରେ ସତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ନ କରି, ପୋଲିସ ଜଣେ ନିର୍ଦ୍ଦୋଷ ଛାତ୍ରଙ୍କୁ ଗିରଫ କରିନେଇଛି, ଯାହାକୁ ବିରୋଧ କରି ବର୍ତ୍ତମାନ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − two =